ମୁମ୍ଵାଇ ୧୩।୦୫; ‘କାନ୍ତାରା ୨’ର ସେଟ୍ରୁ ପୁଣି ଏକ ଖରାପ ଖବର ଆସିଛି। କନ୍ନଡ ଅଭିନେତା ରାକେଶ ପୂଜାରାଙ୍କ ଦେହାନ୍ତ ହୋଇଛି।ମୃତ୍ୟୁ ବେଳକୁ ରାକେଶଙ୍କୁ ୩୩ ବର୍ଷ ହୋଇଥିଲା ଏବଂ ସେ ହୃଦ୍ଘାତ ଯୋଗୁଁ ଏ ଦୁନିଆରୁ ବିଦାୟ ନେଇଛନ୍ତି। ସୋମବାର ରାତିରେ ରାକେଶ ପୂଜାରା ହଠାତ୍ ଚେତାଶୂନ୍ୟ ହୋଇପଡ଼ିଥିଲେ। ସେ ସେତେବେଳେ ତାଙ୍କ ବନ୍ଧୁଙ୍କ ଘରେ ଥିଲେ। ଏହା ପରେ ସମସ୍ତେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଯାଇଥିଲେ।
କିନ୍ତୁ ସେଠାରେ ଡାକ୍ତରଖାନା ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଉଛି। ଅଭିନେତାଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଏବଂ ତାଙ୍କର ସମସ୍ତ ବନ୍ଧୁ ଏବଂ ଅନେକ କଳାକାର ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ଉଦୁପିର ବାସିନ୍ଦା ରାକେଶ ‘କମେଡି ଖିଲାଡିଗଲୁ ସିଜିନ୍ ୨’ରେ ଅଂଶଗ୍ରହଣ କରିଥିଲେ। ଯେଉଁଠାରେ ତାଙ୍କ ଟିମ୍ ରନର୍ସଅପ୍ ହୋଇଥିଲା। ସିଜିନ୍ ୩ରେ ସେ ଟ୍ରଫି ଏବଂ ୮ ଲକ୍ଷ ଟଙ୍କାର ନଗଦ ପୁରସ୍କାର ଜିତିଥିଲେ। ତାଙ୍କର ଚମତ୍କାର କମିକ୍ ଟାଇମିଂ ତାଙ୍କୁ କନ୍ନଡ ଟିଭିରେ ଘରେ ଘରେ ପରିଚିତ କରାଇଥିଲା।
ରାକେଶ ଥିଏଟରରେ ମଧ୍ୟ ନାଁ ଅର୍ଜନ କରିଥିଲେ ଏବଂ ଚୈତନ୍ୟ କଳାବିଦାରୁ ଗ୍ରୁପ୍ ସହିତ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ରାକେଶ ‘ପୈଲୱାନ’ ଏବଂ ‘ଇଟୁ ଏନ୍ଥା ଲୋକଭୟା’ ପରି କନ୍ନଡ ଚଳଚ୍ଚିତ୍ରରେ କାମ କରିଛନ୍ତି। ଋଷଭ ଶେଟ୍ଟୀଙ୍କ ଆଗାମୀ ଫିଲ୍ମ 'କାନ୍ତାରା ଚାପ୍ଟର ୧'ରେ ମଧ୍ୟ ରାକେଶଙ୍କର ଏକ ଭୂମିକା ଥିଲା। ସେ ମେ’ ୧୧ ତାରିଖରେ ଫିଲ୍ମର ସୁଟିଂ ମଧ୍ୟ ସମାପ୍ତ କରିଥିଲେ। ଏବେ ତାଙ୍କ ହଠାତ୍ ମୃତ୍ୟୁରେ ସମସ୍ତେ ଆଶ୍ଚର୍ଯ୍ୟ।